ଗୋପ : ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ୩ ବର୍ଷ ଝିଆରୀର ଜୀବନ | ଅଧାରେ ଅଟକିଗଲା ପିଉସୀଙ୍କ ମଙ୍ଗଳକୃତ୍ୟ | ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଭାଇରୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା | ଆଜି ବାହାଘର ଥିବାବେଳେ ଗତକାଲି ମଙ୍ଗଳକୃତ୍ୟ ଥିଲା | ମଙ୍ଗନ କାମ ଚାଲିଥିଲା ବେଳେ ଗୋଟିଏ ବିଷାକ୍ତ ସାପ କାମୁଡ଼ାରେ ୩ ବର୍ଷ ଶିଶୁର ଜୀବନ ଚାଲି ଯାଇଥିଲା | ଗୋପ ଡାକ୍ତରଖାନାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ | ମୃତ ଶିଶୁ କନ୍ୟା ମଙ୍ଗୁଳା କନ୍ୟାଙ୍କ ଝିଆରୀ ହୋଇଥିବା ହେତୁ ଅଧାରେ ମଙ୍ଗଳକୃତ୍ୟ ବନ୍ଦ ହୋଇଯାଇଥିଲା |
ପିଉସୀଙ୍କ ମଙ୍ଗଳକୃତ୍ୟ ବେଳେ ଚାଲିଗଲା ୩ ବର୍ଷ ଝିଆରୀର ଜୀବନ

Leave a Reply