ପବିତ୍ର ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକମାନଙ୍କ ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ସୂଚନା

କୋଣାର୍କ : ଆଜି ଶାମ୍ବ ଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଅନୁମତି । ପବିତ୍ର ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକମାନଙ୍କ ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୦ ମସିହା ଠାରୁ ଏଏସଆଇ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ, ମାଘ ଶୁକ୍ଲ ସପ୍ତମୀ ଓ ବିଶ୍ବ ଐତିହ୍ୟ ଦିବସ ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଉଛି। ଏହି ଅବସରରେ ଓଡିଶା ତଥା ଓଡ଼ିଶା ବାହାରର ପର୍ଯ୍ୟଟକ, ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ବିନା ପ୍ରବେଶ ଶ୍ଲୁକରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial