ନୟାଗଡ଼ : ଅନ୍ତର୍ଜାତୀୟ ମହିଳା ଦିବସରେ ବଡ କଥା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ନୟାଗଡ ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ ସମୟରେ ମା’ ଭଉଣୀଙ୍କୁ ଖୁସି କରିଦେଲେ ମନ୍ତ୍ରୀ। କହିଲେ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଟିଏ ଗୋଟିଏ କରି ତାହା ଏବେ ପୂରଣ କରୁଛନ୍ତି। ମା’ ମାନଙ୍କୁ ସୁଭଦ୍ରା ଯୋଜନା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଆମ ସରକାର ଆଜି ତାହା ପୂରଣ କରୁଛି। ବର୍ଷରେ ମହିଳାମାନଙ୍କୁ ୧୦ ହାଜର ଟଙ୍କା ଆମ ସରକାର ଦେଉଛି। ୧ କୋଟିରୁ ଅଧିକ ମହିଳା ଏ ଯୋଜନାରେ ଉପକୃତ ହୋଇଛନ୍ତି। ସୁଭଦ୍ରା ଟଙ୍କାକୁ ଭଲ ବାଟରେ ଲଗେଇବା ପାଇଁ ମନ୍ତ୍ରୀ ଶ୍ରୀ ପତ୍ର ହିତାଧିକାରୀମାନଙ୍କୁ କହିଥିଲେ।
ସୁଭଦ୍ରା ଟଙ୍କାକୁ କାମରେ ଲଗେଇଲେ ଏହା ଆମକୁ ରିଟର୍ନ ଫଳ ଦେବ, ଯଦି ଆକୁ ଲୁଗା କିଣା ଖାଇବାରେ ସାରିଦେବା ତାହାଲେ ଦୁଇଦିନରେ ସରିଯିବ, ଆପଣଙ୍କ ଉପରେ ନିର୍ଭର କରେ ଆପଣ ସେଇ ପଇସା କେମିତି ଖର୍ଚ୍ଚ କରିବେ ବୋଲି ମନ୍ତ୍ରୀ କହିଥିଲେ। ସୁଭଦ୍ରା ଯୋଜନାରେ ମିଳୁଥିବା ପଇସା ସମ୍ପୂର୍ଣ୍ଣ ଆପଣଙ୍କର ତାକୁ ଫେରେଇବା ଦରକାର୍ ନାହିଁ।ବିଜେଡି ଅମଳରେ ଯେଉଁ ଟଙ୍କା ଦିଆଯାଉଥିଲା ତାହା ସୁଧ ସହ ଫେରସ୍ତ ହେଉଥିଲା ହେଲେ ଆମେ ଫେରସ୍ତ ନେବୁ ନାହିଁ। ୫୦ ହଜାର ନିଜ ଇଚ୍ଛାରେ ଖର୍ଚ୍ଚ କରି ପାରିବେ। ତେବେ ମନ୍ତ୍ରୀ ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କାକୁ ଭଲ କାମରେ ଲଗେଇବା ପାଇଁ ଅନୁରୋଧ କରିଥିଲେ, ପଇସାରେ ପଇସା ଯୋଡିଲେ ଲାଭ ମିଳିବ ବୋଲି ମନ୍ତ୍ରୀ କହିଥିଲେ।
ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କରାଯାଇଥିବା କଥା ମନ୍ତ୍ରୀ କହିଥିଲେ। ଏହାସହ ମହିଳାମାନଙ୍କୁ ପୁରୁଷଙ୍କ ଭଳି ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଓ ନେତୃତ୍ବ ଦେବା ଆମ ସରକାରର ମୁଖ୍ୟ ଲକ୍ଷ୍ୟ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ। ଏହାସହ ବଜେଟରେ ମହିଳାଙ୍କ ପାଇଁ ହୋଇଥିବା ବିଶେଷ ପ୍ରାବଧାନ ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ସୂଚନା ଦେଇଥିଲେ। ସୁଭଦ୍ରା ପ୍ଲସରେ ମହିଳା ପାଇବେ ବିଶେଷ ଲାଭ ଓ ପ୍ରତି ଗାଁରେ ୫ ଜଣ ଲକ୍ଷପତି ଦିଦି ଆମ ସରକାର ତିଆରି କରିବେ ବୋଲି କହିଥିଲେ ମନ୍ତ୍ରୀ। ସୁଭଦ୍ରା ଯୋଜନା ସମସ୍ତ ମହିଳାଙ୍କ ପାଖରେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ପହଞ୍ଚି ପାରିଛି, ତାଙ୍କୁ ସରକାର ପ୍ରୋତ୍ସାହିତ କରିବେ ବୋଲି କହିଛନ୍ତି। ସୁଭଦ୍ରା ଯୋଜନାରେ ଏକା କାଳୀନ କୋଟିଏ ମହିଳାଙ୍କୁ ଟଙ୍କା ପଠେଇବା ଗୋଟିଏ ବଡ ସଫଳତା। ଏହା ମା’ ଭଉଣୀମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ମନ୍ତ୍ରୀଙ୍କ କଥା ଶୁଣି ହୁଳହୁଳି ଶବ୍ଦରେ କମ୍ପିଥିଲା ପୁରା ସଭା ମଞ୍ଚ।
Leave a Reply