ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି

ଅକ୍ଷର ବ୍ୟୁରୋ : ଦିତୀୟ କୋଣାର୍କ ରୂପେ ପରିଚିତ ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ନିର୍ଦେଶକ ତଥା ପ୍ରାକ୍ତନ ଭାରପ୍ରାପ୍ତ ସି.ଏମ.ଡି ଗଦାଧର ଉପାଧ୍ୟାୟ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସର ପ୍ରାପ୍ତ ଆଇ.ଏ.ଏସ ପ୍ରଦିପ୍ତ କୁମାର ବିଶ୍ବାଳ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ସମ୍ବଲପୁର ୟନିଭରସିଟିର ଭାଇସ୍ ଚାନସଲର ପ୍ରଫେସର ବିଧୁଭୁଷଣ ମିଶ୍ର ଯୋଗଦେଇଥିଲେ । ନିର୍ବାହୀ ନିର୍ଦ୍ଦେଶକ ଶ୍ରୀନିବାସ ଶୁଭ୍ରମଣ୍ୟମ ଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବ ସମ୍ବଳ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ଯୋଗଦେଇ ଅତିଥି ମାନଙ୍କ ପରିଚୟ ଏବଂ ନାଲକୋ ନବରତ୍ନ କମ୍ପାନୀର ଦୃଢତା ଏବଂ ପ୍ରତିବଦ୍ଧତା ଉପରେ କହିଥିଲେ । ଏହି ଅବସରରେ ସି.ପି.ପି ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର ଏବଂ ବିଭିନ୍ନ ବିଭାଗର ଗୋଷ୍ଠୀ ମହାପ୍ରବନ୍ଧକ ମାନେ ଉତ୍ପାଦନ ଏବଂ ଗୁଣବତା ଉପରେ କହିଥିଲେ । ନାଲକୋ ର କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ସଫଳତାର ଶ୍ରେୟ ଦେଇଥିଲେ । ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ଦ୍ୱାରା ଏହି ଉତ୍ସବ ଉପଲକ୍ଷେ ପଠାଯାଇଥିବା ବାର୍ତ୍ତାକୁ କିଶୋର କୁମାର ବେହେରା ପଠନ କରିଥିଲେ । ଅନୁଗୋଳ ଅଦୃତା ଶିଶୁ ମାନଙ୍କ ଦ୍ଵାରା ଗଣେଷ ଙ୍କ ବନ୍ଦନା ଅଭିନୟ ମାଧ୍ୟମରେ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ ସାକାର କରିବା ଦିଗରେ ବରିଷ୍ଠ ପ୍ରବନ୍ଧକ କିଶୋର କୁମାର ବେହେରା, ଶୀତଳ ସମୀର ମାଝୀ ଙ୍କ ସମେତ ୱେଲ ଫେୟାର କମିଟି ସହାୟତା କରିଥିଲେ ସମସ୍ତ ୟୁନିୟନର ପ୍ରତିନିଧି ଯୋଗ ଦେବା ସହ ସମ୍ବର୍ଦ୍ଧିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial