ନାଚୁଣୀରୁ ଚୋରା ଦେଶୀ ମହୁଲି ମଦ ଜବତ: ମହିଳାଙ୍କ ସମେତ ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ମୋବାଇଲ ଏସଆଇ ସୁଜିତ କୁମାର ନାଗଙ୍କ ନେତୃତ୍ୱରେ ନାଚୁଣୀ ଥାନା ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମରେ ଚଢ଼ାଉ କରାଯାଇ ଦୁଇ ପୁରୁଷ ସମେତ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଡୁରୀ ସ୍ୱାଇଁ (୬୭), ସତ୍ୟବାଦୀ ପ୍ରଧାନ (୫୬) ଏବଂ ବୁଧି ପ୍ରଧାନ (୪୫)।

ସେମାନଙ୍କ ନିକଟରୁ ୫୧୦ ଲିଟର ଚୋରା ଦେଶୀ ମହୁଲି ମଦ ଜବତ ହୋଇଛି। ଅଭିଯୁକ୍ତମାନେ କନ୍ଧ ଆମ୍ବଝର ଜଙ୍ଗଲ ମଧ୍ୟରେ ଦେଶୀ ମହୁଲି ମଦ ରାନ୍ଧୁଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ଓ ସୋରଣ ମାନସିଂହପୁର ଗ୍ରାମରେ ବେଧଡ଼କ ଭାବେ ବେଆଇନି ଚୋରା ମଦ ହାଟ ବରଡ଼ି ଗ୍ରାମରୁ ମଦ ଆଣି ଅଞ୍ଚଳରେ ବିକ୍ରି ହେଉଛି । ଅବକାରୀ ବିଭାଗର ସୋରଣ ମାନସିଂହପୁର ଗ୍ରାମରେ ଚଡାଉ ଜାରି ରଖିବା ପାଇଁ ଅଞ୍ଚଳ ବାସୀ ଅନୁରୋଧ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial