ଅକ୍ଷର ବ୍ୟୁରୋ : ନବ ଦାସ ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ । ଗୋପାଳ ନବ ଦାସଙ୍କୁ ହତ୍ୟା କରିନଥିବା ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗୋପାଳଙ୍କ ଓକିଲ । ତେବେ ୨ ବର୍ଷ ପରେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ ନେବାକୁ ଯାଉଛି | ନବଙ୍କ ଝିଅ ଦୀପାଳି ଦାସ ତାଙ୍କ ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିବାବେଳେ ଏବେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ଚାଞ୍ଚଲ୍ୟକର ବୟାନ ଦେବା ପରେ ସାରା ରାଜ୍ୟରେ ଚର୍ଚ୍ଚା ହେଲାଣି । ବାଣ ଫୁଟିବା ଶବ୍ଦ ହେବାରୁ ବ୍ଲାଙ୍କ୍ ଫାୟାରିଂ କରିଥିଲେ ଗୋପାଳ । ଅନ୍ୟ କେହି ସ୍ନାଇପର ନବ ଦାସଙ୍କ ଉପରକୁ ଗୁଳି କରିଥାଇପାରନ୍ତି । ସ୍ନାଇପର କୌଣସି ପାଖ ଜାଗାରୁ ଲୁଚି ରହି ଗୁଳି କରିଥାଇପାରନ୍ତି । ଗୋଟିଏ ଗୁଳି ମିଳିନଥିବାରୁ ସନ୍ଦେହ ଅଧିକ ଦୃଢ଼ୀଭୂତ ହେଉଛି । ସେହି ଗୁଳି ସିଜ୍ ହୋଇଥିଲେ ବହୁତ ତଥ୍ୟ ବାହାରକୁ ଆସିପାରନ୍ତା ବୋଲି ଗୋପାଳଙ୍କ ଓକିଲ କହିଛନ୍ତି |
ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ,ନବ ଦାସଙ୍କୁ ଏକା ଗୁଳି କରି ନାହାଁନ୍ତି ଗୋପାଳ

Leave a Reply