ଯାଜପୁର: ଧାନ ଟ୍ରାକ୍ଟର ଓଲଟି ଦୁଇ ମୃତ। ଏଭଳି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବ୍ଯାସନଗରରେ। ଦୁଇ ମୃତକ ଭଉଣୀ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ , ଯାଜପୁର ରୋଡ୍ ଥାନା ଯୋଡ଼ାବର ନିକଟରେ ଜଣେ ଚାଳକ ଏକ ଟ୍ରାକ୍ଟର ଧାନ ଅମଳ ମେସିନ୍ ନେଇ ଯାଉଥିବା ବେଳେ ଓଲଟିପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇଭଉଣୀଙ୍କ ମୃତୁ ହୋଇଥିଲା ବେଳେ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଥିଲେ। ମୃତକମାନଙ୍କର ବୟସ ୧୪ ଓ ୧୧ ବର୍ଷ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।
Leave a Reply