ଅକ୍ଷର ବ୍ୟୁରୋ :ଉମରକୋଟ ପୌର ପରିଷଦ ର ଦୈନିକ ହାଟ ଭିତରେ ଥିବା ପୂଜା ଜୁଏଲର୍ସ ରେ ଦିନ ଦ୍ୱି ପ୍ରହରେ ଚୋରି ସେ ପୁଣି ସି ସି କ୍ୟାମେରା ସାମ୍ନାରୁ ।
ଏଭଳି ଅଭାବନୀୟ ଘଟଣା ଘଟିଛି ଉମରକୋଟ ପୌରପରିଷଦ ଅନ୍ତର୍ଗତ ପୁରୁଣା ବସ ଷ୍ଟାଣ୍ଡ ପାଖରେ ଥିବା ଦୈନିକ ହାଟ ଭିତରେ । ବଜାରରେ ଭିତରେ ଗହଳି ନ ଥିବା ସତ୍ତ୍ବେ ଦିନ ୧୨ ଟା ସମୟରେ ସୁନା ଦୋକାନରୁ ଅଜଣା ଦୁର୍ବୁତ୍ତ ଦୋକାନରୁ ସୁନା କିଣିବା ବାହାନାରେ ଆସି ଗୋଟିଏ ପ୍ୟାକେଟ ସୁନାମୁଦି ଚୋରି କରି ନେଇ ପଲେଇଛନ୍ତି । ଚୋରି ହୋଇଥିବା ଜିନିଷ ର ମୁଲ୍ୟ ପାଖାପାଖି ଦେଢଲକ୍ଷ ଟଙ୍କାର ବୋଲି କହିଛନ୍ତି ଦୋକାନ ମାଲିକ । ଏ ବିଷୟରେ ଦୋକାନ ମାଲିକ ଶମ୍ଭୁ କର୍ମକାର ପୋଲିସ କୁ ଲିଖିତ ଅଭିଯୋଗ କରିଛନ୍ତି , ତଥା CCTV ଫୁଟେଜ ମଧ୍ୟ ଦେଇଛନ୍ତି ।ପୋଲିସ ଘଟଣାସ୍ଥଳକୁ ଆସି ପଚରାଉଚରା କରି ତଦନ୍ତ ଚଳାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଚୋରି ସାମଗ୍ରୀ କିମ୍ବା ଚୋର ର କୈାଣସି ପତ୍ତା ମିଳିନାହିଁ । ପୋଲିସ ର ଅଧିକ ତଦନ୍ତ ଜାରି ରଖିଛି। ଉମରକୋଟ, ରାଇଘର ଅଞ୍ଚଳରେ ଏହିପରି ଚୋରି ଡକାୟତି ଦିନକୁ ଦିନ ବଢିବାରେ ଲାଗିଛି। ବର୍ତମାନ ଏ ସମସ୍ୟା ଗୁଡ଼ିକ ଏହି ଅଞ୍ଚଳରେ ପୋଲିସ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଦୈନିକ ବଜାରର ସୁନା ଦୋକାନରୁ ଚୋରି

Leave a Reply