ଦନ୍ତାହାତୀ ମୃତ ଦେହ ଠାବ,ବନବିଭାଗ ତଦନ୍ତ ଜାରି

ରିଆମାଳ: ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି | ଦେବଗଡ଼ ଜିଲ୍ଲା ରିଆମାଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆମାଲ ଗାଁ ରୁ ମୃତଦେହ ଠାବ କରାଯାଇଛି | ଆଜି ଭୋର ସକାଳୁ ସୂଚନା ପାଇ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରୁଛି |ହାତୀଟି ର ବୟସ ୨୫ ରୁ ୩୦ ହେବାର ଅନୁମାନ କରାଯାଉଛି |ମୃତ ହାତୀଟିର ପାଟିରେ କ୍ଷତ ସ୍ଥାନ ରହିଥିବା ବେଳେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ତାହା ବନ ବିଭାଗ ତଦନ୍ତ ଚଳାଇଛି | ସୂଚନା ପାଇ ରେଞ୍ଜର ନିରଞ୍ଜନ ଧରୁଆ ଓ ଫରେଷ୍ଟର ତପନ ନାୟକ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି | ଏହି ଦନ୍ତା ହାତୀଟି ବହୁତ ଦିନ ହେଲା ଅଞ୍ଚଳରେ ଉପଦ୍ରବ କରି ଚାଲିଥିବା ବେଳେ ବହୁ ଜୀବନହାନୀ ଘଟାଇଥିଲା |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial