ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ

ଅକ୍ଷର ବ୍ୟୁରୋ : ୨୦୧୩ ମସିହାରେ ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ। ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ହେତୁ ଚିକିତ୍ସା ପାଇଁ ଆଶାରାମଙ୍କୁ ଏହି ଜାମିନ୍‌ ପ୍ରଦନ କରାଯାଇଛି। ତେବେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ବୋଲି ସୂଚନା ମିଳିଛି ।୧୭ ଦିନିଆ ପାରୋଲରେ ମୁକ୍ତ ହେବା ପରେ ଆଶାରାମ ବାପୁ ରାଜସ୍ଥାନର ଯୋଦ୍ଧପୁର ଜେଲକୁ ଫେରିଥିଲେ। ଜେଲ୍‌କୁ ଫେରିବାର ଛଅ ଦିନ ପରେ ସ୍ବାସ୍ଥ୍ୟଗତ ସମସ୍ୟା ଭିତ୍ତିରେ ତାଙ୍କୁ ଜାମିନ୍‌ ମିଳିଛି। ଗତବର୍ଷ ତାଙ୍କର ହୃଦ୍‌ଜନୀତ ରୋଗ ହେତୁ ତାଙ୍କୁ ପ୍ରଥମେ ପୁଣେରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଯୋଦ୍ଧପୁରର ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।ସୂଚନା ଅନୁଯାୟୀ, ୨୦୨୩ରେ ଗାନ୍ଧୀନଗର ଅଦାଲତ ଆଶାରାମଙ୍କୁ ଦେଇଥିବା ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ପାଇଁ କରିଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କଠାରୁ ଜବାବ ମାଗିଥିଲେ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସେମାନେ କେବଳ ଡାକ୍ତରୀ ଆଧାରରେ ଏହାର ବିଚାର କରିବେ। ଅଗଷ୍ଟ ୨୯, ୨୦୨୪ରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କ ଦଣ୍ଡ କୋହଳ ଆବେଦନକୁ ଖାରଜ କରି ଦେଇଥିଲେ। ୨୦୨୩ ଜାନୁଆରିରେ ନିମ୍ନ ଅଦାଲତ ଆଶାରାମଙ୍କୁ ୨୦୧୩ରେ ଗାନ୍ଧୀନଗର ନିକଟରେ ଥିବା ତାଙ୍କ ଆଶ୍ରମରେ ରହୁଥିବା ଜଣେ ମହିଳାଙ୍କ ଦ୍ୱାରା ଦାଏର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ଆଶାରାମ ଏବେ ରାଜସ୍ଥାନର ଯୋଧପୁର ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial