ଭୁବନେଶ୍ୱର : ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶେଷ କାର୍ଯ୍ୟକ୍ରମରେ ରେଖା ଗୁପ୍ତ ମୁଖ୍ୟମନ୍ତ୍ରୀ ଭାବେ ଏବଂ ତାଙ୍କ ନେତୃତ୍ଵରେ ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳର ନୂତନ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ | ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେବେ | ଏବଂ ନୂତନ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ଜଣାଇବେ |
ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା | ଶାଲିମାର ବାଗରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତା ଆଉ କିଛି ସମୟ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ | ଏଥିଲାଗି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନେ ଶପଥଗ୍ରହଣ ସ୍ଥଳରେ ପହଞ୍ଚିଲେଣି |
Leave a Reply