ନୂଆଦିଲ୍ଲୀ : ଘୋଷଣା ହେଲା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ |ରେଖା ଗୁପ୍ତା ହେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ | ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର | ନାଁ ଘୋଷଣା କଲେ ପର୍ୟ୍ଯଵେକ୍ଷକ ଦଳ | ସାଳିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା | ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା | ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି |ରାମଲୀଳା ମୈଦାନରେ ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ | ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା |
ରେଖା ଗୁପ୍ତା ବିଧାନସଭା ନିର୍ବାଚନରେ ସାଲିମାର ବାଗ ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି ପାର୍ଥୀଙ୍କୁ ପାଖାପାଖି ୩୦ ହଜାର ଭୋଟରେ ହରାଇଥିଲେ | ଏବଂ ସେ ଦିଲ୍ଲୀ ନଗର ନିଗମରେ ୩ ଥର କାଉନସିଲର ରହିଥିଲେ | ତାଙ୍କର ଆରଏସଏସ ସହ ଭଲ ସମ୍ପର୍କ ମଧ୍ୟ ରହିଛି | ଛାତ୍ର ଜୀବନରୁ ରେଖା ଗୁପ୍ତା ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ବିଜେପି ସହ ଯୋଡି ହୋଇଥିଲେ |
Leave a Reply