ପ୍ରୟାଗରାଜ : ମହାକୁମ୍ଭ ମେଳାରେ ସାମିଲ ହୋଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର | ଏକ ଧଳା ପୋଷାକରେ ନଜର ଆସିଥିଲେ ଅକ୍ଷୟ | ସଙ୍ଗମ ସ୍ଥଳକୁ ଚାଲିଚାଲି ଯାଇ ସେ ପବିତ୍ର ସ୍ନାନ କରିଥିଲେ |
ମହାକୁମ୍ଭରେ ବୁଡ଼ ପକାଇବା ପରେ ହାତ ଯୋଡି ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ | ତାସହ ଏତେ ସୁନ୍ଦର ବ୍ୟବସ୍ଥା ପାଇଁ ଯୋଗୀ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି | ୨୦୧୯ ରେ ଲୋକେ କୁମ୍ଭମେଳାକୁ ଆସିବାକୁ ଟିକେ କଷ୍ଟ କରୁଥିଲେ ହେଲେ ଏଥର ବଡ଼ ବଡ଼ ଲୋକମାନେ ଆସିଛନ୍ତି |
Leave a Reply