ଅକ୍ଷର ବ୍ୟୁରୋ : ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସପ୍ତମ ଜିଲ୍ଲପାରିଷଦ ବୈଠକ ଆରମ୍ଭ ରୁ ହଂଗାମା କଲେ ଚାଷୀ, ଜିଲ୍ଲାରେ ମିଲର ମାନେ ଚାଷୀଙ୍କ ଠାରୁ 8 ରୁ 10 କେଜି ଧାନ କଟନୀ ଛଟନି କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ହଂଗାମା କଲେ, ଆଜି ସପ୍ତମ ଜିଲ୍ଲାପରିଷଦ ବୈଠକ ରେ ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର, ଚାନ୍ଦବାଲି ବିଧାୟକ ବ୍ୟମାକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ଅଶୋକ ଦାସ ଜିଲ୍ଲପାରିଷଦ ଅଧକ୍ଷ ପ୍ରଫୁଲ୍ଲ ଜେନା ଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଆଜି ବୈଠକ ଆରମ୍ଭ ରୁ ସମ୍ମିଳନୀ କକ୍ଷ ରେ ଚାଷୀଙ୍କ ହଂଗାମା ଦେଖିବାକୁ ମିଳିଥିଲା, ଏପରିକି ପ୍ରାରମ୍ଭିକ ଦ୍ୱୀପ ପ୍ରଜ୍ୱଳନ ହେବା ପୂର୍ବରୁ ଦେଖିବାକୁ ମିଳିଛି ହଂଗାମା, ଆଜି ଚାଷୀମାନେ ଜିଲ୍ଲାପାଳଙ୍କୁ ଆଗରେ ଧାନ ରଖି ଅଭିଯୋଗ କରିଛନ୍ତି, ପ୍ରତେକ ଚାଷୀଙ୍କ ପାଖରୁ 8 ରୁ 10 କେଜି କଟନୀ ଛଟନି ହେଉଥିବା ଜିଲ୍ଲପାଳ ଙ୍କୁ କହିଥିଲେ, ମିଲର ମାନଙ୍କ ସହ ମିଶି ଅତିରିକ୍ତ ଜିଲ୍ଳା ଯୋଗାଣ ଅଧିକାରୀ କଟନୀ ଛଟନି କରୁଥିବା କହିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲାପାଳ ଚାଷୀ ମାନଙ୍କ କଥା ଶୁଣି ଏକ କମିଟି ଗଠନ କରି କିପରି ସୁରୁଖୁରୁରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ନେଇ କହିବା ପରେ ଚାଷୀ ମାନେ କକ୍ଷ ପରିତ୍ୟାଗ କରିଥିଲେ ପରେ ଜିଲ୍ଲା ପରିଷଦ ବୈଠକ ଆରମ୍ଭ ହୋଇଥିଲା, ସମ୍ମିଳନୀ କକ୍ଷ ରେ ଭଦ୍ରକ ବିଧାୟକ ଓ ଚାନ୍ଦବାଲି ବିଧାୟକ ଙ୍କ ମଧ୍ୟରେ କଥା କଟାକଟି ହେବା ଫଳରେ ଉଭୟ ଦଳର ସମର୍ଥକ ଆସି ପହଂଚିବାରୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯାଇଥିବାର ଦେଖିବାକୁ ମିଳିଛି।
ଜିଲ୍ଲା ପରିଷଦ ବୈଠକରେ ଦେଖିବାକୁ ମିଳିଛି ଧାନ ମଣ୍ଡିର ତାତି

Leave a Reply