ଅକ୍ଷର ବ୍ୟୁରୋ: ଉମରକୋଟ ବ୍ଲକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆଜି ଜିଲାସ୍ତରୀୟ କ୍ରୀଡ଼ା ଉତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥ ଭାବେ ଓଡିଶା ସରକାର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ ନରସିଂହ ଭତ୍ରା, ବିଧାୟକ ଝରିଗାଁ, ଲିପିକା ବାରୋଇ, ଉପଧ୍ଯକ୍ଷା, ଜିଲ୍ଲାପରିଷଦ, ନବରଙ୍ଗପୁର, ରାଧା ଭତ୍ରା, ଅଧ୍ଯକ୍ଷା, ପୌରପରିଷଦ, ଉମରକୋଟ, ସୁଶୀଳା ମାଝୀ, ଅଧ୍ଯକ୍ଷା, ପଞ୍ଚାୟତ ସମିତି, ଉମରକୋଟ,ଜିଲ୍ଲା ମଙ୍ଗଳ ଅଧୂକାରୀ, ନବରଙ୍ଗପୁର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛାତ୍ରପତି ସାହୁ ଓ ଜିଲ୍ଲା ର ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷତ୍ରିଙ୍କ ଉପସ୍ଥିତରେ କ୍ରୀଡା ଛାତ୍ର ଛାତ୍ରୀ, କ୍ରୀଡା ଶିକ୍ଷକ ଓ ଶିକ୍ଷତ୍ରିଙ୍କ ଦ୍ଵାରା ଅଣାଯାଇଥିବା ମସାଲକୁ ପୂଜା ଅର୍ଚ୍ଚନା କରି ମଞ୍ଚରେ ସ୍ଥାପନ କରି ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ ମାନ୍ୟବର ମନ୍ତ୍ରୀଙ୍କ ହସ୍ତରେ ହୋଇଥିଲା। ପରେ ଜିଲ୍ଲା ର ୧୦ ଗୋଟି ବ୍ଲକ ରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ଦ୍ୱାରା ପଡିଆ ରେ ଏକ ପ୍ୟାରେଡ଼ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ମନ୍ତ୍ରୀ ଉଦବଧନ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ।
ଜିଲାସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଘାଟିତ

Leave a Reply