ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ ସରିଯାଇଛି ସମସ୍ତ ପ୍ରସ୍ତୁତି । ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନାଟମଣ୍ଡପ ଭିତରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେନେଇ ୬ ଥାକିଆ ବ୍ୟାରିଗେଡ଼ କରାଯାଇଛି । ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ୟ୍ୟ ସମ୍ପୂର୍ଣ୍ଣ କରାଯିବ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ମାତ୍ରେ ପରଵର୍ତ୍ତୀ ସପ୍ତାହ ଠାରୁ ରତ୍ନ ଅଳଙ୍କାର ଗଣତିମଣତି କରାଯିବା ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial