ଅକ୍ଷର ବ୍ୟୁରୋ : ଖ୍ରୀଷ୍ଟପୂର୍ବ ୨୨୧ରୁ ୨୧୦ ପର୍ଯ୍ୟନ୍ତ କିନ୍ ଶୁ ହୁଆଙ୍ଗ୍ ଚାଇନାକୁ ଶାସନ କରିଥିଲେ। ତାଙ୍କ ସମାଧିକୁ ସୈନ୍ୟ ଓ ଘୋଡ଼ା ସୁରକ୍ଷା ଦେଉଥିବା ଦୃଶ୍ୟର ଏକ ଟେରାକୋଟାକୁ ୧୯୭୪ରେ ଶାନ୍ଜି ପ୍ରଦେଶର ଚାଷୀମାନେ ପାଇଥିଲେ। ଦେଶର ଏହି ପ୍ରଥମ ସମ୍ରାଟଙ୍କ ସମାଧିକୁ ଖୋଳିବା ପାଇଁ ବର୍ତ୍ତମାନ ପ୍ରତ୍ନତତ୍ତ୍ୱବିତ୍ମାନେ ଭୟ କରୁଛନ୍ତି। ହଁ ଆଜ୍ଞା ଏକଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ସମ୍ରାଟ ହୁଆଙ୍ଗ୍ଙ୍କ ୨,୨୦୦ ବର୍ଷ ତଳର ସମାଧିକୁ ଠାବ କରାଯାଇଥିଲେ ମଧ୍ୟ ତାକୁ ଆଜି ପର୍ଯ୍ୟନ୍ତ ଖୋଳାଯାଇନି । ସେହି ସମାଧିକୁ ଖୋଳିଲେ କ୍ଷତି ହେବ ବୋଲି ଆଇଏଫ୍ଏଲ୍ ସାଇନ୍ସ କହୁଛି। କିନ୍ତୁ ନ ଖୋଳିବାର ଏହା ଏକମାତ୍ର କାରଣ ନୁହେଁ। ଯିଏତ ତାକୁ ଖୋଳିବ ସିଏ ସେଥିରେ ଥିବା ଫାଶରେ ଛନ୍ଦି ହୋଇଯିବ ବୋଲି ଅଧିକାଂଶ ଲୋକଙ୍କ କୁହନ୍ତି । ସେହି ସମାଧିରେ ଥିବା ବହୁ ମୂଲ୍ୟବାନ କୋଷକୁ ସୁରକ୍ଷା ଦେବା ପାଇଁ ଏହି ଫାଶ ରହିଥିବା ପ୍ରତ୍ନତତ୍ତ୍ୱବିତ୍ମାନେ ଅନୁମାନ କରୁଛନ୍ତି । ଏହି ଭୟରେ ସେହି ସମାଧି ଗୁଡିକୁ ଖୋଳାଯାଉନାହିଁ। ହଲିଉଡ୍ କାହାଣୀ ଭଳି ମନେହେଉଥିବା ଏହି କିମ୍ବଦନ୍ତୀ ସତ ବି ହୋଇଥାଇପାରେ।
ଶି ହୁଆଙ୍ଗ୍ ହେଉଛନ୍ତି ପ୍ରସିଦ୍ଧ ‘ଗ୍ରେଟ୍ ଓ୍ବାଲ୍ ଅଫ୍ ଚାଇନା’ର ନିର୍ମାତା। ଦେଶରେ ସେ ଏକ ବିସ୍ତୃତ ଜାତୀୟ ସଡ଼କ ଯୋଜନା କାର୍ଯ୍ୟକାରୀ କରାଇଥିଲେ। ସେ ଏକ ବିଶାଳ ପ୍ରସ୍ତର ସେନା ଗଢ଼ିଥିଲେ। ତାକୁ ଟେରାକୋଟା ଆର୍ମି କୁହାଯାଏ। ସେଥିରେ ୮,୦୦୦ ସୈନ୍ୟଙ୍କ ମୂର୍ତ୍ତି, ଅସଂଖ୍ୟ ଘୋଡ଼ା ଓ ରଥ ରହିଛି।
ଟେରାକୋଟା ଆର୍ମି ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ଏକ ଐତିହାସିକ କୃତି । ପ୍ରାଚୀନ ଚୀନ ଦେଶର ଚିନ୍ ରାଜବଂଶର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ କବରରୁ ମାଟି ବା ଟେରାକୋଟା ନିର୍ମିତ ଶହ ଶହ ସୈନିକ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଏହି ମାଟି ନିର୍ମିତ ସୈନ୍ୟ ବାହିନୀ ମୃତ୍ୟୁର ପରବର୍ତ୍ତୀ ଜୀବନରେ ସମ୍ରାଟଙ୍କ ସୁରକ୍ଷା କରିବ ବୋଲି ସେତେବେଳେ (ପ୍ରାୟ ଖ୍ରୀଷ୍ଟପୂର୍ବ ୨୧୦-୨୦୯) ବିଶ୍ୱାସ ରହିଥିଲା । ଟେରାକୋଟା ସେନାରେ ତତ୍କାଳୀନ ଚୀନୀ କଳାର ଝଲକ ଦେଖାଯାଏ ।
ଜାଣନ୍ତୁ ଟେରାକୋଟା ଆର୍ମିର ରହସ୍ୟ କାହିଁକି ସମ୍ରାଟମାନଙ୍କ ସମାଧି ଖୋଳିବାକୁ ଭୟ କରନ୍ତି…

Leave a Reply