ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବେହେରାବନ୍ଧ ରେ ରହୁଥିବା ଗରିବ ନିରୀହ ଲୋକଙ୍କୁ ବସବାସ କରିବା ପାଇଁ 2003ମସିହା ରେ ପୂର୍ବତନ ରାଜ୍ୟ ସରକାର ନବୀନ ପଟ୍ଟନାୟକ ସ୍ଥାନ ଦେଇ ଦେଇ ପଟା ମଧ୍ୟ ଦେଇଥିଲେ। ହେଲେ ଏବେ ଓଡିଶା ରେ ବିଜେପି ସରକାର ଆସିବା ପରେ ନବୀନ ସରକାର ଗରିବ ଲୋକଙ୍କୁ ରହିବା ପାଇଁ ଜାଗା ଦେଇଥିବା ଲୋକଙ୍କୁ ସେହି ସ୍ଥାନ ରୁ ଉଠାଇବା କୁ ଚେଷ୍ଟା କରୁଥିବା ବେଳେ ଗରିବ ନିରୀହ ଲୋକଙ୍କ ପାଖକୁ ପାଟଣାଗଡ଼ ତହସିଲଦାର ଙ୍କ କାର୍ଯ୍ୟଳୟ ରୁ ଏକ ନୋଟିସ ଦିଆ ଯାଇଛି। ସେହି ନୋଟିସ ରେ ଆପଣଙ୍କ ନାମ ରେ ଲିଜ ପଟ୍ଟା ଦରଜ ହୋଇଥିଲେ ମଧ୍ୟ ଆଦ୍ୟାବଧି ଆପଣ ଉକ୍ତ ଲିଜ ଜମି କୁ ଵିଧି ଅନୁଯାୟୀ ଦଖଲ କରି ନାହାନ୍ତି ଏବଂ ଅନ୍ୟ ଉଦ୍ଦେଶ୍ୟରେ ବର୍ତ୍ତମାନ ଖେଳପଡିଆ ବ୍ୟବହାର କରାଯାଉଛି।।ଏହା ଉପରେ ଆପଣଙ୍କ କିଛି ଆପତ୍ତି ଥାଏ ତେବେ ନିମ୍ନ ସ୍ଵାକ୍ଷରକାରିଙ୍କ କାର୍ଯ୍ୟଳୟ ରେ ଧାର୍ଯ୍ୟ ତାରିଖ ରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଦରଖାସ୍ତ ଦାଖଲ କରିବା ହେବ ଧାର୍ଯ୍ୟ ତାରିଖ ପରେ କୌଣସି ଆପତ୍ତି ଦରଖାସ୍ତ ଗ୍ରହଣ କରାଯିବ ନାହିଁ ବୋଲି ଉଲ୍ଲେଖ ରହିଥିବା ବେଳେ ନୋଟିସ କୁ ଧରି ଶହ ଶହ ମହିଳା ପୁରୁଷ ମାନେ ପାଟଣାଗଡ଼ ତହସିଲ କାର୍ଯ୍ୟଳୟ କୁ ପହଞ୍ଚି ତହସିଲଦାର ଙ୍କୁ ଭେଟିଥିଲେ।ଅନ୍ୟ ପଟେ ପାଟଣାଗଡ଼ ତହସିଲଦାର ରୁଦ୍ରମୋହନ ନାୟକ ଙ୍କ କହିବା ଅନୁସାରେ ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଜାଗାକୁ 3ବର୍ଷ ରେ ଯଦି ପାଇଥିବା ହିତାଧିକାରୀ ବ୍ୟବହାର ନକରନ୍ତି ତେବେ ଉକ୍ତ ଜମିକୁ ସରକାର ଙ୍କ ଖାତା କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି।
ଜାଗା ଛାଡିବାକୁ ତହସିଲଦାରଙ୍କ ନୋଟିସ,ନୋଟିସକୁ ଧରି ଶହ ଶହ ମହିଳା ପୁରୁଷ ମାନେ ପାଟଣାଗଡ଼ ତହସିଲ କାର୍ଯ୍ୟଳୟକୁ ପହଞ୍ଚି ତହସିଲଦାରଙ୍କୁ ଭେଟିଥିଲେ

Leave a Reply