ଅକ୍ଷର ବ୍ୟୁରୋ : ଵଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ NAC ଇଓ ଙ୍କ ନୋଟିସ କୁ ବିରୋଧ କରି ଆଜି ପାଟଣାଗଡ଼ NAC ଟିକପାଲି ଗାଁ ର ୧୦ ଓ ୧୧ ନଂ ୱାଡ଼ ର ପୁରୁଷ ଓ ମହିଳା ମାନେ ମିଶି ଉପ ଜିଲ୍ଲାପାଳ ଙ୍କ ଅଫିସ ସାମନାରେ ଧାରଣାରେ ବସିଥିଲେ ! ତେବେ ସୂଚନା ମୁତାବକ ୧୦ ଓ ୧୧ ନଂ ୱାଡ଼ ର ବସ୍ତି ବାସିନ୍ଦା ଙ୍କ ପାଇଁ ସରକାର ତରଫରୁ ୩୨୩ ସ୍କୁୟାର ଫୁଟ ର ଜାଗା ଦେଇ ଘର ନିର୍ମାଣ ଲାଗି ସରକାର ୱାର କଡ଼ର ଦେଇଥିବା ବେଳେ ପାଟଣାଗଡ଼ NAC ଇଓ ସାତ ଦିନ ମଧ୍ୟରେ ୩୨୩ ଫୁଟ ରେ ଘର ନିର୍ମାଣ ଲାଗି ନୋଟିସ ଜାରି କରିଥିବା ବେଳେ ଅତି କମ ସମୟ ମଧ୍ୟରେ ଘର ନିର୍ମାଣ କରିବା ସମ୍ଭବ ହେଉନାହିଁ ବୋଲି ଗ୍ରାମବାସୀମାନେ ଉପ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହୋଇ ଥିଲେ !ତେବେ ଉପ ଜିଲ୍ଲାପାଳ ସୁନିଲ ମେହେର ଗ୍ରାମବାସୀ ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେମାନଙ୍କୁ କିଭଳି ସୁବିଧା ସୁଯୋଗ ଗୁଡିକ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ|
ଜବର ଦଖଲ ଉଚ୍ଛେଦକୁ ବିରୋଧ କଲେ ଗ୍ରାମବାସୀ ,ଜିଲ୍ଲାପାଳ ଦେଲେ ପ୍ରତିଶ୍ରୁତି

Leave a Reply