ଛତିଶଗଡ ପୋଲିସ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖିଛନ୍ତି |

ଝାରସୁଗୁଡା : ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ବିଶାଲଙ୍କୁ ଅଟକ ରଖିଛି ଛତିଶଗଡ ପୋଲିସ । ରାତି ୨ ରୁ ପୋଲିସ ଅଟକ ରଖିଥିବା ନିଜେ ଭିଡ଼ିଓ କରି ସୂଚନା ଦେଇଛନ୍ତି ବିଶାଲ ।

ବିଶାଲଙ୍କ ସମେତ କିଛି ସରପଞ୍ଚ ଓ ସମିତିସଭ୍ୟଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡିଛି । ଆଉ କିଛି ସମର୍ଥକ ବି ଅଟକ ଅଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ଗତକାଲି ବିଶାଲଙ୍କ ସମ୍ବଲପୁର ସ୍ଥିତ ହୋଟେଲରେ ଚଢ଼ାଉ କରିଥିଲା ପୋଲିସ । ଆଜି ଝାରସୁଗୁଡ଼ା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପଡିବ । ହେଲେ ଏହାର ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ମଧ୍ୟ ଝାରସୁଗୁଡାର ପୂର୍ବତନ ବିଧାୟକ ଦୀପାଳି ଦାସଙ୍କ ହୋଟେଲରେ ଚଢାଉ କରିଥିଲା ପୋଲିସ

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial