ଅକ୍ଷର ବ୍ୟୁରୋ : ଆଜି ସକାଳ ୬ ଟା ରୁ ଆରମ୍ଭ ହୋଇଛି ଚିଲିକାରେ ଡଲଫିନ୍ ଗଣନା..ମଧ୍ୟାହ୍ନ ୧୨ ଘଟିକା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ…. ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ଚାଲିଛି ଡଲଫିନ ଗଣନା l ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି l ବାଲୁଗାଁ…ବଡ଼କୂଳ ରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇ ଗଣନା କରୁଛନ୍ତି l ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରୁଛନ୍ତି l ଏହି ଡଲଫିନ୍ ଗଣନାରେ ୧୦୦ ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ l ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି। ଗଣନା ସମୟରେ ଚିଲିକାରେ ମସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି l
ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜରେ ଚାଲିଛି ଡଲଫିନ ଗଣନା

Leave a Reply