ଅକ୍ଷର ବ୍ୟୁରୋ : ବେଗୁନିଆପଡା ପୋଲିସ କୁ ଚକମା ଦେଖାଇ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରୁ ଲୁଟୁଛନ୍ତି ଦୁର୍ବୁତ୍ତମାନେ ସେଥିରୁ ବାଦ ପଡିନି ଚିଙ୍ଗୁ୍ଡିଖୋଲ କାଳି ମନ୍ଦିର ! ମିଳିଥିବା ଖବର ଅନୁଯାୟୀ ଦୁବୃତ୍ତ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ରବିବାର ରାତିରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ବହୁ ପୂରାତନ ମା କାଳୀ ଙ୍କ ମନ୍ଦିରରେ ଚୋର ମାନେ ପଶି କଳା କନା ବୁଲାଇଛନ୍ତି । ଚୋରମାନେ ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଲୁଟି ନେଇଯାଇଛନ୍ତି। ତେବେ ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଏହି ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିଚାଳନା କମିଟି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି ।
ଚିଙ୍ଗୁଡ଼ିଖୋଲ କାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି କଳାକନା ବୁଲାଇଲେ ଚୋର

Leave a Reply