ଚାଷୀଙ୍କ ପାଇଁ ଖୁସି ଖବର ,ଆଜି କୃଷକଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା

ଅକ୍ଷର ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର ଆଣିଲେ ପ୍ରଧାନମନ୍ତ୍ରୀ | ଆଜି କୃଷକଙ୍କ ଖଟକୁ ଆସିବ ପିଏମ କିଷାନ ଟଙ୍କା | ବିହାରରୁ ପ୍ରଧାନମନ୍ତ୍ରୀ କିଷାନ ନିଧି ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ | ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା | ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ମୋଦି |

ପିଏମ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା | ୨୦୧୯ ଫେବୁଆରୀ ମାସରେ ମୋଦି ସରକାର ଏହାକୁ ଆରମ୍ଭ କରିଥିଲେ | ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି | ୨୦୨୪ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରରୁ ୧୮ତମ କିସ୍ତି ପ୍ରଦାନ କରିଥିବା ବେଳେ ଆଜି ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial