ଘର ଭିତରୁ ସିଟିସ୍କୁଲ୍ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅକ୍ଷର ବ୍ୟୁରୋ: ଘର ଭିତରୁ ସିଟିସ୍କୁଲ୍ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଘଟଣା ସ୍ଥଳରେ ଭଂଜନଗର ଏସଡିପିଓ ଏବଂ ଥାନାଧିକାରୀ । ମୃତଦେହ କୁ ଜବତ କରି, ତଦନ୍ତ କରୁଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।ତେବେ ଭଂଜନଗର ସହରର, ମାଲସାହି ନିକଟରଏଭଳି ଘଟଣା ଘଟିଛି । ଛାତ୍ରୀ ଜଣକ ତାଙ୍କର କିଛି ସହପାଠୀଙ୍କ ସହ ମିଶି, ଏକ ଭଡ଼ା ଘରର ଉପର ମହଲାରେ ରହୁଥିଲେ । ମୃତ ଛାତ୍ର ଜଣକ ସୋରଡା ଥାନା ଅନ୍ତର୍ଗତ କେଶରା ଗାଁ ର ଜ୍ୟୋତିରାଣୀ ସେଠୀ ।ଭଞ୍ଜନଗର ଥାନାରେ ୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ କରିବା ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial