ଅକ୍ଷର ବ୍ୟୁରୋ : ଜନକଲ୍ୟାଣ କାମ କରି ଲୋନଙ୍କ ମନ ଜିତିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେ ଅଡୁଆରେ ପଡିଛନ୍ତି | ଅଭିନେତା ସୋନୁ ସୁଦ ଗିରଫ ହୋଇପାରନ୍ତି | ପଞ୍ଜାବ ଲୁଧିଆନା କୋର୍ଟ ସୋନୁ ସୁଦଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି | ଏକ ଠକେଇ ମାମଲାରେ ଲୁଧିଆନା କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି |
କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସମନ ଜାରି କରିଥିଲେ | ହେଲେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ ସୋନୁ ସୁଦ |ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି |
ଗିରଫ ୱାରେଣ୍ଟ ଜାରି କଲେ କୋର୍ଟ : ଅଭିନେତା ସୋନୁ ସୁଦ ହେବେ ଗିରଫ

Leave a Reply