ଗର୍ଭବତୀ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ,ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ କଣ୍ଟପଡା ଗ୍ରାମରେ ଜଣେ ବିବାହିତା ଗର୍ଭବତୀ ମହିଳାଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଛି,ସୂଚନା ଅନୁଯାୟୀ , ଆଙ୍କୁଅ ଗ୍ରାମ ପ୍ରତାପ ମହାରଣାଙ୍କ ଝିଅ ଦୀପଶିଖା ମହାରଣା, ଗତବର୍ଷ ଫେବୃଆରୀ ମାସରେ କଣ୍ଟପଡା ଗ୍ରାମରେ ନବଘନ ଓଝାଙ୍କ ପୁଅ ରାଜେଶଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ, କିନ୍ତୁ ଗତକାଲି ରାଜେଶ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ ଆଉ ନିଜ ସ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ, ଦୀପଶିଖା ଫୋନ ନଉଠାଇବାରୁ ରାଜେଶ ତାଙ୍କ ବାପାଙ୍କୁ କହିବା ସହ ନିଜେ ଆସି ଘରେ ପହଞ୍ଚି ଦେଖିଥିଲେ ତାଙ୍କ ସ୍ତ୍ରୀ ଶୋଇବା ଘର ଭିତରେ କବାଟ ଦେଇଛନ୍ତି, ଉପାୟ ଶୂନ୍ୟ ହୋଇ ଶାବଳ ମାଧ୍ୟମରେ କବାଟ ତାଡିଦେଇଥିଲେ, ଆଉ ଝୁଲନ୍ତା ଅବସ୍ଥାରେ ଦୀପଶିଖାଙ୍କୁ ଉଦ୍ଧାର କରି ଖଟ ଉପରେ ରଖିଥିଲେ,

ଏଠି ପ୍ରଶ୍ନ ଉଠୁଛି ଯଦି ବିବାହ ପରେ ସାମାଜିକ ଓ ପାରିବାରିକ ସ୍ଥିତି ଦୀପାଶିଖାଙ୍କ ଶଶୁର ଘରେ ଠିକ ଥିଲା ତାହେଲେ ଦୀପଶିଖା କାହିଁକି ଆତ୍ମହତ୍ୟା କରିବେ, ନା ଏହି ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ ଯାହା ସମ୍ପୂର୍ଣ୍ଣ ଅଜଣା, ଏହା ହତ୍ୟା ନା ଆତ୍ମହତ୍ୟା ଯାହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଏକ ପ୍ରକାର ଶୋକର ବାତାବରଣ ସୃଷ୍ଟି କରିଥିବା ବେଳେ ସମ୍ପୂର୍ଣ୍ଣ ଅଞ୍ଚଳ ବର୍ତ୍ତମାନ ସ୍ତବ୍ଧ ହୋଇଯାଇଛି, ବାସ୍ତବ ରେ ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ପୋଲିସ ର ତଦନ୍ତ ପରେ ହିଁ ଜଣାପଡିବ|

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial