ଗରିବ ଲୋକମାନଙ୍କ ଦେବଦୂତ ସାଜିଛନ୍ତି ଯୁବ ସେନା

ଅକ୍ଷର ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବଣସଲା ଗ୍ରାମର କେତେକ ଯୁବକ ମାନେ ଅସାୟ ଲୋକଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ଏକ ଗୋଷ୍ଠୀ ଗଠନ କରିଥିଲେ। ଏହିଗୋଷ୍ଠୀର ନାମ ହେଉଛି ବଣସଲା ଯୁବ ସେନା ହେଲ୍ପ ଗୋଷ୍ଠୀ ଏବଂ ଏହି ଗୋଷ୍ଠୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅସାୟ ଗରିବଙ୍କୁ, ରୋଗ ପୀଡ଼ିତ, ଦୁର୍ଘଟଣାରେ ଆହତ, ନିରୀହ ବୃଦ୍ଧାଙ୍କୁ ଦୁଃଖର ବନ୍ଧୁ ଭାବରେ ପରିଚିତ ହୋଇ ଗ୍ରୁପ ଦ୍ବାରା ଯଥା ଶକ୍ତିରେ ସାହାର୍ଯ୍ୟ କରିବା ଏହି ବଣସଲା ଯୁବ ସେନାଗୋଷ୍ଠୀର ମୂଲ ଉଦ୍ଦେଶ୍ୟ ରହିଛି। ଦୀର୍ଘ ବର୍ଷ ଧରି ଅନେକ ସମୟରେ କେତେକ ଲୋକଙ୍କୁ ପ୍ରାୟ କେତେ ଗୁଡ଼ିଏ ଗ୍ରାମରେ ସାହାର୍ଯ୍ୟ କରି ଆସୁଛି। ସେହିପରି ଗତ କିଛି ଦିନ ତଳେ ବଣସଲା ଗ୍ରାମର ସ୍ୱର୍ଗତ ଉଲ୍ଲା ନାୟକ ଙ୍କର ସ୍ତ୍ରୀ ଶୋଭା ନାୟକ ମୃତ୍ୟୁ ବରଣ କରିଥିଲେ। ଉଲ୍ଲା ନାୟକ ଓ ଶୋଭା ନାୟକ ଙ୍କୁ ସନ୍ତାନ ନଥିବାରୁ ଶୋଭା ନାୟକ ଙ୍କ ପବିତ୍ର ମର ଶରୀରକୁ ତାଙ୍କ ଝିଆରୀ ସନ୍ତୋଷିନୀ ନାୟକ ଚିତା ଲଗେଇ ଦାନସଂସ୍କାର କରିଥିଲେ। ଏଥିପାଇଁ ବଣସଲା ଯୁବ ସେନା ହେଲ୍ପ ଗୋଷ୍ଠୀ ପକ୍ଷରୁ 10000 ଟଙ୍କା(ଦଶ ହଜାର ଟଙ୍କା) ଏବଂ ଦୁଇ ବସ୍ତା ଚାଉଳ ପରିବାର ବର୍ଗଙ୍କୁ ସାହାର୍ଯ୍ୟ ପ୍ରଦାନ କରିଥିଲେ। ଏହି ଗୋଷ୍ଠୀ ଦୀର୍ଘ ବର୍ଷ ଧରି ଗଣମାଧ୍ୟମ ସାମ୍ନାକୁ ଆସିନଥିଲେ କିନ୍ତୁ ଆଜି ଗଣମାଧ୍ୟମ କିମ୍ବା ସୋସିଆଲ ମିଡ଼ିଆ ସାମ୍ନାକୁ ଆସିଛିନ୍ତି କାରଣ ଏଭଳି ସମସ୍ୟା ପ୍ରତ୍ୟେକ ଗ୍ରାମରେ ଅଛି। ସେଥିପାଇଁ ଏଭଳି ସାହାଯ୍ୟକାରୀ ଗୋଷ୍ଠୀ ପ୍ରତ୍ୟେକ ଗ୍ରାମରେ ଥିଲେ ନିରୀହ ଗରିବ ଲୋକମାନଙ୍କ ଦୁଃଖ ଦୂର ହୋଇଥାଏ। କୌଣସି ରାଜନେତା କିମ୍ବା ବଡ଼ ବଡ଼ ବାବୁଙ୍କ ଆଡ଼କୁ ନିର୍ବାର କରିବା ପାଇଁ ଆବଶ୍ୟକ ପଡ଼ିବ ନାହିଁ ବୋଲି ଆମ ଯୁବ ସେନା ଆଶା କରୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial