ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ପଲ୍ଲୀ କ୍ଲିନିକ ଓ ରିଭାଇଭ ଫିଜିଓକେର ର ମିଳିତ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ରବିବାର ପୂର୍ବାହ୍ନ 11.30 ମିନିଟ ସମୟରେ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି ଶିବିର ରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ ପ୍ରଭୁତି ଉପସ୍ଥିତ ରହିଥିଲେ । ଉକ୍ତ ଶିବିର ରେ ରକ୍ତ ପରୀକ୍ଷା, ୟୁରିକଏସିଡ଼ି, ଡାଇବେଟିସ, ନେରୋ ପାଥିକ, ନେବୁଲାଇଜର ପ୍ରଭୁତି ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାକ୍ତର ଅଜିତ କୁମାର ପଟ୍ଟନାୟକ, ଓମଶ୍ରୀ ପଟ୍ଟନାୟକ, ତପସ୍ୱିନୀ ସୁବୁଦ୍ଧି, ଅମନ ସୁବୁଦ୍ଧି ରାଓ, ଲୋନୀ ଲଗ୍ନଲିତା ନାୟକ, ପ୍ରଳୟ ଜ୍ୟୋତି ସାହୁ, ସନ୍ଦୀପ ନାଥ, ଦୀପକ ଦଳେଇ ଓ କ୍ଲିନିକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଚିକିତ୍ସା କରିଥିଲେ । ଶିକ୍ଷା କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Leave a Reply