ଖୋର୍ଦ୍ଧା : ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମରବସ୍ତିରେ ବିସ୍ପୋରଣ ଘଟି ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି | ତାପସ ମଙ୍ଗରାଜଙ୍କ ଘରେ ଏହି ବିସ୍ପୋରଣ ଘଟିଥିବା ଖବର ମିଳିଛି | ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏହା ବୋମା ବିସ୍ପୋରଣ | ଅପରପକ୍ଷେ ଏହା ବାଣ ବିସ୍ପୋରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି | ଏଣେ ୩ ଜଣ ଗୁରୁତରଙ୍କୁ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ଏବଂ ଆଉ ଜଣେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି |
ଖୋର୍ଦ୍ଧାରେ ବିସ୍ପୋରଣ : ୩ ଗୁରୁତର ,ଡାକ୍ତରଖାନାରେ ଭର୍ତ୍ତି

Leave a Reply