ଖଲ୍ଲିକୋଟ: ଖଲ୍ଲିକୋଟ ପୋଲିସ ପକ୍ଷରୁ ଅଭିନବ ଢଙ୍ଗ ରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ ହୋଇଛି….ଏହି କାର୍ଯ୍ୟକ୍ରମ ରେ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପୋଲିସ କର୍ମଚାରୀ ଙ୍କ ସହିତ ଜ଼ିଲ୍ଲା ପରିବହନ ଅଧିକାରୀ ଯୋଗ ଦେଇଥିଲେ … ସ୍ଥାନୀୟ ଖଲ୍ଲିକୋଟ ବସ୍ ଷ୍ଟାଣ୍ଡ ଠାରେ କଳାକାର ମାନଙ୍କ ଦ୍ୱାରା ଏକ ସଚେତନାତ୍ମକ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା …ଏହି ନାଟକ ମାଧ୍ୟ୍ୟମରେ ଉପସ୍ଥିତ ଥିବା ସର୍ବସାଧାରଣ ସହିତ ଛାତ୍ର ଛାତ୍ରୀ ତଥା ଯୁବ ବର୍ଗ କୁ ସଡ଼କ ସୁରକ୍ଷା କୁ ନେଇ ବେପରୁଆ ଗାଡି ଚାଳନା,ମଦ୍ୟ ପାନ କରି ଗାଡି ଚାଳନା, ମୋବଇଲ କାନ ରେ ଧରି ଗାଡି ଚାଳନା, ବିନା ହେଲମେଟ ରେ ଗାଡି ଚାଳନା କରିବା ଓ ଦୁର୍ଘଟଣା ଘଟାଇ ମୃତ୍ୟୁ ମୁଖରେ ପଡ଼ିବା ନେଇ ପଥ ପ୍ରାନ୍ତ ନାଟକ ମାଧମରେ ସଚେତନତା କରାଯାଇଥିଲା, ପରେ ପରେ ଏକ ସଚେତନ ଶୋଭାଯାତ୍ରା ଖଲ୍ଲିକୋଟ ବସ୍ ଷ୍ଟାଣ୍ଡ ରୁ ବାହାରି ଆର୍. ସି .ଏମ.କଲେଜ ର ଅଭ୍ୟାର୍ଥନା କକ୍ଷ ରେ ପହଂଚିବା ସହିତ ଟ୍ରାଫିକ ନିୟମ ଓ ସଡ଼କ ଦୁର୍ଘଟଣା କୁ ଆଧାର କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ କଲେଜ ଅଧକ୍ଷ ସୁରେନ୍ଦ୍ର ନାଥ ସ୍ୱାଇଁ, ଜ଼ିଲ୍ଲା ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଖଲ୍ଲିକୋଟ ଥାନା ଭାର ପ୍ରାପ୍ତ ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଓ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ ..
ଖଲ୍ଲିକୋଟ ପୋଲିସ ପକ୍ଷରୁ ଅଭିନବ ଢଙ୍ଗରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ

Leave a Reply