ଭାପୁର : ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ଭାପୁର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭାପୁର ବ୍ଲକ ବିଜେଡ଼ି ସଭାପତି ଶିବପ୍ରସାଦ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାପୁର ବ୍ଳକ ଅଧ୍ୟକ୍ଷା ତଥା ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅତିଥି ମାନଙ୍କ ଗହଣରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତେ ଏକାଠି ହୋଇ ସମସ୍ତ ପଞ୍ଚାୟତ ଦଖଲ କରି ନବୀନ ପଟ୍ଟନାୟକଙ୍କ ହାତମୁଠା କୁ ଟାଣ କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ଛାମୁଆ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସମ୍ନାନିତ ଅତିଥି ଭାବେ ଖଣ୍ଡପଡ଼ା ବ୍ଳକ ଅଧ୍ୟକ୍ଷା ଉପମା ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଖଣ୍ଡପଡ଼ା ବ୍ଳକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବରିଷ୍ଠ ଜିଲ୍ଲା ପରିଷଦ ରାମେଶ୍ୱର ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ଖଣ୍ଡପଡ଼ା ଏନଏସି ଉପାଧ୍ୟକ୍ଷ ମିହିର କୁମାର ମିଶ୍ର, ଭାପୁର ବ୍ଳକ ବିଜେଡି ମହିଳା ସଭାନେତ୍ରୀ କବିତା ମହାରଣା, ବରିଷ୍ଠ ବିଜେଡ଼ି ନେତା ମଧୁସୂଦନ ରଥ, ସନ୍ତୋଷ ତ୍ରିପାଠୀ, ବୈକୁଣ୍ଠ ନାଥ ଗୋଛି, ମାଧବ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଦୁର୍ଯ୍ୟୋଧନ ସ୍ଵାଇଁ, ବସନ୍ତ କୁମାର ମାଝୀ, ନିରଞ୍ଜନ ବେହେରା, ଯୁବ ବିଜେଡ଼ି ସଭାପତି ମନୋରଞ୍ଜନ ବେହେରା, ସନ୍ତୋଷ ପାଟଯୋଶୀ, ଛାତ୍ର ସଭାପତି ବିକ୍ରମ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏତତ୍ ବ୍ୟତୀତ ୪୨ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି, ସଭାପତି ଓ ୫ଶହ ରୁ ଉର୍ଦ୍ଧ୍ବ ଛାମୁଆ କର୍ମୀମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ବିଜେଡ଼ି ନେତା ବିଜୟ କୁମାର ତ୍ରିପାଠୀ ସଂଯୋଜନା କରିଥିଲେ।
ଖଣ୍ଡପଡ଼ାରେ ୨୮ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ।

Leave a Reply