କେଉଁଠି ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନି ,ଦିଲ୍ଲୀ ନିର୍ବାଚନରେ ସ୍ମୃତିଙ୍କୁ ନେଇ ପୁଣି ଚର୍ଚ୍ଚା

ଅକ୍ଷର ବ୍ୟୁରୋ : ଦିନେ ସ୍ମୃତି ଇରାନୀଙ୍କ ରାଜନୀତି ଦେଶରେ ହଇଚଇ ସୃଷ୍ଟି କରୁଥିଲା । ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିବା ସ୍ମୃତି ଇରାନି ୨୦୧୯ରେ ଉତ୍ତରପ୍ରଦେଶର ଅମେଠିରୁ ରାହୁଲ ଗାନ୍ଧୀଙ୍କୁ ମାତ ଦେଇ ବିଜୟ ହାସଲ କରିଥିଲେ । ସ୍ମୃତିଙ୍କ ବୟାନକୁ ନେଇ ରାଜନୀତି ଜୋର ଧରୁଥିଲା । କିନ୍ତୁ ୨୦୨୪ରେ ସ୍ମୃତି ଇରାନୀ କଂଗ୍ରେସର କାର୍ଯ୍ୟକର୍ତ୍ତା କିଶୋରି ଲାଲ ଶର୍ମାଙ୍କ ଠାରୁ ପରାଜୟ ବରଣ କରିଛନ୍ତି । ଆଉ ୨୦୨୪ ନିର୍ବାଚନ ପରେ ସ୍ମୃତି ଇରାନୀ ରାଜନୀତିରୁ ଦୂରତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି । ଏମିତିକି ବିଜେପି ଓ ବିରୋଧୀଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚାଲିଥିବା ବେଳେ ସ୍ମୃତି ଇରାନୀଙ୍କ ବୟାନ ଦେଖିବାକୁ ମିଳୁନାହିଁ ତେବେ ପୁଣି ଥରେ ସ୍ମୃତି ଇରାନୀ ଚର୍ଚ୍ଚାରେ ଅଛନ୍ତି । ଆଗକୁ ଦିଲ୍ଲୀ ନିର୍ବାଚନ ଥିବା ବେଳେ ସ୍ମୃତି ଇରାନୀଙ୍କୁ ନେଇ ପୁଣି ଥରେ ଜୋରଦାର ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସ୍ମୃତି ଇରାନୀ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ କାର୍ଯ୍ୟକାରୀ ପରିଷଦର ନେତୃତ୍ୱ ନେଉଛନ୍ତି । ଏହି ବିଭାଗ ସିଧାସଳଖ ପ୍ରଧାନମନ୍ତ୍ରୀକୁ ରିପୋର୍ଟ କରିଥାଏ । କିନ୍ତୁ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ସ୍ମୃତି ବିଜେପିରେ ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରୁଛନ୍ତି । ଗତକିଛି ଦିନ ପୂର୍ବରୁ ସ୍ମୃତି ଇରାନୀ ଦିଲ୍ଲୀ ନିର୍ବାଚନ ଲଢିବା ନେଇ ଶୁଣିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ମୃତି କୌଣସି ଆସନରୁ ପ୍ରତିଦ୍ୱନ୍ଦିତା କରୁନାହାନ୍ତି ।

ସ୍ମୃତି ଇରାନୀ ଅଚାନକ ଦିଲ୍ଲୀ ନିର୍ବାଚନରେ ଆକ୍ଟିଭ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗାମୀ ଦିନରେ ସ୍ମୃତି ଇରାନୀଙ୍କୁ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ଯଦି ଦିଲ୍ଲୀ ନିର୍ବାଚନରେ ବିଜେପି ବହୁମତ ହାସଲ କରେ ତେବେ ସ୍ମୃତି ଇରାନୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଅନେକ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial