ଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନର ରେଜଲ୍ଟ ଘୋଷଣାକୁ ଗୋଟିଏ ସପ୍ତାହକୁ ଅଧିକ ଦିନ ବିତି ଗଲାଣି। ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀ ବିଧାନସଭାରେ ବାଜିମାତ କରିଥିବାରୁ ବେଶ ଉତ୍ସାହିତ। ଦଳ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଥିଲେ ହେଁ ଏଯାଏ ଏହାର କମାଣ କିଏ ସମ୍ଭାଳିବେ, ତାଙ୍କ ନାଁ ଘୋଷଣା କରିପାରୁନି।
ଦିଲ୍ଲୀ ବିଧାନସଭାର ୭୦ଟି ଆସନରୁ ବିଜେପି ୪୮ଟି ଜିତିଥିବା ବେଳେ ୨୦୧୫ରୁ କ୍ଷମତାରେ ଥିବା ଆପ୍ ୨୨ଟି ଜିତିଛି। ବିଜେପି ଦୁଇ ତୃତୀୟାଂଶରୁ ଅଧିକ ଆସନ ଜିତି ଦିଲ୍ଲୀରେ ସରକାର ଗଠନ କରିବାକୁ ଜନାଦେଶ ପାଇଛି। ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ୁଥିଲା। ଐତିହାସିକ ବିଜୟରେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଚୟନ ପାଇଁ ଘନଘନ ବୈଠକ କରୁଛି। ହେଲେ ୯ ଦିନ ପରେ ମଧ୍ୟ ବିଜେପି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ,ସେକଥା ଘୋଷଣା କରିପାରୁ ନାହିଁ। ଏବେ ସବୁ କିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ଭର କରୁଛି। ସେ ହିଁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିବେ ବୋଲି ଜଣାପଡ଼ିଛି।
Leave a Reply