କାରକୁ ଧକ୍କା ଦେଲା ଟ୍ରକ, ୨ ମୃତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏକ କାରକୁ ଟ୍ରକ୍‌ଟି ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ହେଉଛନ୍ତି ଜଣେ ପୁଲିସ୍ ଅଧିକାରୀ। ତାଙ୍କ ନାଁ ବଳରାମ ନାୟକ (୪୯)। ସେ ବାଲେଶ୍ୱର ଜିଲ୍ଲାରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ମୃତ ଡିଏସ୍‌ପି ବଳରାମ ନାୟକଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ। ସେ ଘଟଗାଁରୁ କାରରେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ଫଳରେ ୨ଜଣ ଗୁରୁତର ହୋଇଥିଲେ |ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ରଙ୍ଗ୍ ରୁଟ୍‌ରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। କାରର ସମ୍ମୁଖଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା |

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ରଖି ଚାଳକ ଫେରାର ହୋଇଯାଇଥିଲା ବେଳେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ଟିକୁ ଜବତ କରି ଚାଳକଙ୍କୁ ଖୋଜୁଛି। ଏହି ଦୁର୍ଘଟଣା ଯୋଗୁ ବେଶ୍ କିଛି ସମୟ ଧରି ଚାନ୍ଦପୁର ଛକରେ ରାସ୍ତା ଜାମ୍ ହୋଇଥିଲା। ପରେ ରାସ୍ତାରେ ଯା’ଆସ ସ୍ୱାଭାବିକ ହୋଇଥିଲା|

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial