ଅକ୍ଷର ବ୍ୟୁରୋ : ଗୁରୁବାର ଅପରାହ୍ନରେ ବାଲୁଗାଁ ବାଇପାସ ୧୬ ନଂ ଜାତୀୟ ରାଜପଥ ମଠପାଟଣା ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି.ଏହି ଛକ ନିକଟରେ ଏକ କାର (ଗାଡି ନଂ ଓଡ଼ି ୦୫ ଏଏଚ ୭୮୮୭)ଛିଡା ହୋଇଥିବା ବେଳେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଅନ୍ୟ ଏକ କାର (ଓଡ଼ି ୩୩ ଏବି ୬୨୫୬) ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା.ଉଭୟ କାରର ଯାତ୍ରୀ ସୁରକ୍ଷିତ ଥିବା ବେଳେ ଧକ୍କା ଦେଇଥିବା କାରଟି ସ୍ଥାନୀୟ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା।ଫଳରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିବା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି.ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
କାରକୁ ଧକ୍କା ଦେଲା କାର,ଅଳ୍ପକେ ବର୍ତିଲେ ଯାତ୍ରୀ

Leave a Reply