ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଚୋରି କରିବା ପରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସୋର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ବାଲିଖଣ୍ଡ ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଦୁର୍ବୃତ୍ତମାନେ ଚୋରି କରିବା ପରେ ନିଆଁ ଲଗାଇଦେଇଥିଲେ। ଏବଂ ଏହାପରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରିରଖିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାନୁଯାୟୀ , ବ୍ୟାଙ୍କର ପଛପଟ ଗ୍ରିଲକୁ କଟର ସାହାଯ୍ୟରେ କାଟି ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରକୁ ପଶିବା ସହିତ ଏପରି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial