ଅକ୍ଷର ବ୍ୟୁରୋ : ଆଜି ସକାଳ ୬ଟା ୧୦ରେ ଓଡ଼ିଶାରେ କେତେକ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି | ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ମ୍ୟାଗେନେଚ୍ୟୁଟ | ଭୁକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର | ଭାରତ ସମେତ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି | ଓଡ଼ିଶାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି | ପୁରୀ ଠାରୁ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ୨୮୬ କିଲୋମିଟର , ବ୍ରହ୍ମପୁରରୁ ଦୂରତା ରହିଛି ୩୯୪ କିଲୋମିଟର | ସେହିପରି ଭୁବନେଶ୍ୱରରୁ ଦୂରତା ରହିଛି ୨୯୭ କିଲୋମିଟର |
ଓଡ଼ିଶାରେ ମୃଦୁ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

Leave a Reply