ଅକ୍ଷର ବ୍ୟୁରୋ : ମହିଳା ମାନଙ୍କ ପାଇଁ ଖୁସି ଖବର | ପୁଣି ମହିଳା ମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା | ଆସନ୍ତୁ ଜାଣିବା ମହିଳା ମାନଙ୍କୁ କେବେ ମିଳିବ ସୁଭଦ୍ରା ଯୋଜନାର ଦିତ୍ୱୀୟ କିସ୍ତି ଟଙ୍କା | ତେବେ ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଏହା ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ଏକ କୋଟି ମହିଳା ଏହି ଅର୍ଥରାଶି ପାଇବେ। ସୁଭଦ୍ରା କିସ୍ତି ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବାବେଳେ ଏହା ମହିଳା ସଶକ୍ତୀକରଣ ପାଇଁ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡିସେମ୍ବର ୧ ସୁଦ୍ଧା ୧, ୦୫, ୩୬, ୬୧୨ ମହିଳା ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଛନ୍ତି। ଅଦ୍ୟାବଧି ପ୍ରଥମ କିସ୍ତିର ଅର୍ଥରାଶିକୁ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷ ହିତାଧିକାରୀଙ୍କୁ ଦିଆଯାଇଛି। ୪ର୍ଥ ପର୍ଯ୍ୟାୟରେ ବାକି ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଜାନୁଆରୀରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଏହି ଦିନ ମହିଳା ମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି, ପ୍ରାୟ ଏକ କୋଟି ମହିଳା ହେବେ ଉପକୃତ

Leave a Reply