ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ‘ଲେକ୍ କୁଇନ’ ଏବଂ ‘ଡାଇମଣ୍ଡ୍ ପ୍ରିନ୍ସସେସ୍’ ନାମକ ଦୁଇଟି ବିଳାସପୁର୍ଣ୍ଣ ୪୦ ସିଟ୍ ବିଶିଷ୍ଟ କ୍ରୁଜ୍ ବୋଟର ଶୁଭ ଉଦଘାଟନ

ଖୋର୍ଦ୍ଧା : ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ାଙ୍କ ସହ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ‘ସ୍ବଦେଶ ଦର୍ଶନ ଯୋଜନାର ଉପକୂଳ ସର୍କିଟ ବଡକୁଳର ବିକାଶ’ ଅଧୀନରେ ‘ଲେକ୍ କୁଇନ’ ଏବଂ ‘ଡାଇମଣ୍ଡ୍ ପ୍ରିନ୍ସସେସ୍’ ନାମକ ଦୁଇଟି ବିଳାସପୁର୍ଣ୍ଣ ୪୦ ସିଟ୍ ବିଶିଷ୍ଟ କ୍ରୁଜ୍ ବୋଟର ଶୁଭ ଉଦଘାଟନ କରିଥିଲେ।ପର୍ଯ୍ୟଟକମାନଙ୍କ ଆରାମଦାୟକ ଏବଂ ସ୍ମରଣୀୟ ଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ଏହି କ୍ରୁଜ୍ ଡ଼ଙ୍ଗା ଗୁଡିକରେ ଏୟାର କଣ୍ଡିସନ୍ କ୍ୟାବିନ ଠାରୁ ଆରମ୍ଭ କରି ଅନ୍-ବୋର୍ଡ ଫୁଡ୍ ସର୍ଭିସ ପର୍ଯ୍ୟନ୍ତ ସର୍ବୋତ୍ତମ ସୁବିଧା ଉପଲବ୍ଧ କରାଯାଇଛି।କ୍ରୁଜରେ ଯାତ୍ରା କରିବା ସମୟରେ ପର୍ଯ୍ୟଟକମାନେ କାଳିଜାଇ ଦ୍ବୀପ ଏବଂ ନଳବଣ ପକ୍ଷୀ ଅଭୟାରଣ୍ୟର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ।ବିଶ୍ୱସ୍ତରରେ କ୍ରୁଜ୍ ପର୍ଯ୍ୟଟନର ଚାହିଦା ବୃଦ୍ଧି ପାଉଛି ଓ ଓଡ଼ିଶାରେ ଏହାର ସମ୍ଭାବନା ଯଥେଷ୍ଟ ଅଧିକ ଅଛି ଏବଂ ଏହି କ୍ରୁଜ୍ ପର୍ଯ୍ୟଟନ ଓଡ଼ିଶାରେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ।ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial