ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା | ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରୁଛନ୍ତି ରାଜ୍ୟ ସରକାର | ଏହି ମେଳାରେ ମିଶନ ଶକ୍ତିର ମହିଳାମାନେ ଯୋଗ ଦେବେ | ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି | ଏହି ମେଳାରେ ମିଶନ ଶକ୍ତିର ନାମ ପରିବର୍ତ୍ତନ କରଯାଇ ନ ଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା – ୨୦୨୫| ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି |
ଉପମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ୱୟଂ ସହାୟିକା ଗୋଷ୍ଠି ଏବଂ ଉତ୍ପାଦକ ଗୋଷ୍ଠିମାନଙ୍କ ଦ୍ୱାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି ହେବ | ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ ଏହି ପ୍ରଦର୍ଶନୀ | ହସ୍ତଶିଳ୍ପ ,ଟେରାକୋଟା ,ବାଉଁଶ ଶିଳ୍ପ ,ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ |ମିଲେଟ ଭିତ୍ତିକ ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ଖାଦ୍ୟ ପଦାର୍ଥ ମଧ୍ୟ ଖାଇବାକୁ ମିଳିବ | ଏହା ସହ ରାଜ୍ୟବ୍ୟାପୀ ଅଂଶଗ୍ରହଣ ଓ ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆଞ୍ଚଳିକ ମେଳା ଆୟୋଜିତ ହେବ |
Leave a Reply