ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା , ୩୦ କୋଟି ଟଙ୍କାର ବ୍ୟୟ ବରାଦ

ଅକ୍ଷର ବ୍ୟୁରୋ : ଭକ୍ତଙ୍କ ପାଇଁ ଆରମ୍ଭ କରାଯାଉଛି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା | ଏଥିରେ ଗରିବ ଭକ୍ତ ମହକୁମାରୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ | ଏଥିପାଇଁ ୩୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ହୋଇଛି | ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନା ବେଳେ କହିଥିଲେ ,ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟନ୍ତି | ରତ୍ନ ସିଂହାସନରେ ବିରାଜମାନ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପାଇଁ ପ୍ରତିଟି ଓଡ଼ିଆଙ୍କର ଇଛା ହୋଇଥାଏ | ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀଜଗନ୍ନାଥ ଯୋଜନା ଆରମ୍ଭ କରାଯାଇଛି | ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବସରେ ଗରିବ ଭକ୍ତ ମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial