ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା ,ରାମଲୀଳା ମୈଦାନରେ ହେବ ଶପଥ ସମାରୋହ

ନୂଆଦିଲ୍ଲୀ : ୨୭ ବର୍ଷ ପରେ ଆଜିଠୁ ଆରମ୍ଭ ହେବ ଦିଲ୍ଲୀରେ ବିଜେପି ସରକାର | ଆଜି ମୁଖ୍ୟମନ୍ତ୍ରି ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା | ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ସରକାର | ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି | ଆଜି ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ | ଦିନ ୧୨ଟା ୪୫ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ |

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ ୬ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ | ଏନେଇ ପୁରା ତାଲିକା ସାମ୍ନାକୁ ଆସିଛି | ଆଜି ରେଖା ଗୁପ୍ତାଙ୍କ ସହ ଦିଲ୍ଲୀ କ୍ୟାବିନେଟର ୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି | ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବେଶ ବର୍ମା ,ଆଶୀଷ ସୁଦ , ସରଦାର ମଞ୍ଜିଦର ସିଂ ,ରବୀନ୍ଦ୍ର ସିଂ ,କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ |

ତେବେ ମୁଖ୍ୟମନ୍ତ୍ରୀ ରେସରେ ଥିବା ପ୍ରବେଶ ବର୍ମା ଶେଷରେ ନିରାଶ ହୋଇଛନ୍ତି | ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ସୁଯୋଗ ମିଳିପାରିନାହିଁ ବରଂ ରେଖା ସରକାରରେ ମନ୍ତ୍ରୀ ଭାବେ ଶପଥ ନେବାର ସୁଯୋଗ ମିଳିଛି | କୁହାଯାଉଛି ତାଙ୍କୁ ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ | ଆମ୍ ଆଦମୀ ପାର୍ଟିର ବଡ଼ ହାତୀ କେଜ୍ରିୱାଲଙ୍କୁ ପରାସ୍ତ କରିବାର ପୁରସ୍କାର ସ୍ୱରୂପ ତାଙ୍କୁ ଦିଲ୍ଲୀ ଦରବାରର ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା | ହେଲେ ସବୁ ଚର୍ଚ୍ଚାରେ ବିରାମ ଲଗାଇ ରେଖାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି | ଆଉ ପ୍ରବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial