ପୁରୀ : ଆଜି ହେଉଛି ପଙ୍କୋଦ୍ଧାର ଏକାଦଶୀ | ପୁରୀରେ ଭକ୍ତଙ୍କୁ ସମ୍ପୂର୍ଣ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ | ବର୍ଷ ତମାମ ଭକ୍ତଙ୍କ ଦ୍ଵାରା ଲାଗି ହୋଇଥିବା ପୂଜା ସାମଗ୍ରୀ ବୁଡ଼ି ରହିଥିବା ଗମ୍ଭୀରା ସଫା କରାଯାଉଛି | ବର୍ଷ ବର୍ଷ ଧରି ପ୍ରଭୁଙ୍କ ପାଖରେ ଲାଗି ହୋଇଥିବା କ୍ଷୀର , ସର , କଦଳୀ ଓ ବେଲପତ୍ର ଆଜି ସଫା କରାଯାଉଛି |ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ଆଜିର ଦିନରେ ଭକ୍ତ ମାନେ ଲୋକନାଥ ଦେବଙ୍କ ସମ୍ପୂର୍ଣ ଦର୍ଶନ କରିବାର ସୁଯୋଗ ପାଇଛନ୍ତି |
ନୀତି ଅନୁଯାୟୀ ସକାଳ ୪ଟା ରୁ ୭ଟା ଭିତରେ ପଙ୍କ କଢ଼ାଯାଉଛି | ପଙ୍କ କାଢାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି | ମାନସିକଧାରୀ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଏହି ପଙ୍କୋଦ୍ଧାରରେ ସାମିଲ ହୋଇଥିଲେ | ସକାଳ ପ୍ରାୟ ୭ଟା ବେଳ ଠାରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଭକ୍ତ ମାନେ | ସେପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି |
Leave a Reply