ଅକ୍ଷର ବ୍ୟୁରୋ : ଆଜି ଠାରୁ ରାଜ୍ୟରେ ହେବ ଆବାସ ସର୍ଭେ ଆରମ୍ଭ କରିବେ ରାଜ୍ୟ ସରକାର | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପାଇଁ ଗାଁ ଗାଁରେ ସର୍ଭେ କରାଯିବ | ପିପିଲି -ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ଶୁଭାରମ୍ଭ ହେବ | ସାତଶଂଖ ନିକଟ ଅର୍ଜୁନସିଂପୁରରୁ ସର୍ଭେ ଶୁଭାରମ୍ଭ ହେବ | ପଞ୍ଚାତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଆବାସ ସର୍ଭେର ଶୁଭାରମ୍ଭ କରି ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ |
ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଉପସ୍ଥିତ ରହିବେ | ପିପିଲି ବିଧାୟକଙ୍କ ସମେତ ପୁରୀ ଜିଲ୍ଲାର ସବୁ ବିଧାୟକ ମଧ୍ୟ ଉପସ୍ଥିତ ରହିବେ | ଆଜି ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ ହେବ | ସର୍ଭେ ଦେଢ଼ରୁ ଦୁଇ ମାସ ଚାଲିବ ଏବଂ ଏହାପରେ ଲୋକଙ୍କୁ ଘର ମିଳିବ |
Leave a Reply