ଅକ୍ଷର ବ୍ୟୁରୋ : ଆଜିଠୁ ଆରମ୍ଭ ହେଇଛି +୨ ପରୀକ୍ଷା | ପ୍ରଥମ ଦିନରେ ଓଡ଼ିଆ ବିଷୟ ରହିଛି | ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା | ସକାଳ ୧୦ ତା ରୁ ଅପରାହ୍ନ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ |ପ୍ରଥମ ଦିନରେ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମଆଇଏଲ ପରୀକ୍ଷା ରହିଥିବା ବେଳେ ଆସନ୍ତାକାଲିଠୁ +୨ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ | ଏବଂ ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ | ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଏବଂ କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି |
ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା : ମାର୍ଚ୍ଚ ୨୭ ତାରିଖ ଯାଏଁ ଚାଲିବ ପରୀକ୍ଷା

Leave a Reply