ଭୁବନେଶ୍ୱର: ଓଲିଉଡ଼ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ |ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି | ବାବୁସାନ ଫିଲ୍ମସର ନୂଆ ସିନେମା “ବୋଉ ବୁଟୁ ଭୁତ” ର ସୁଟିଂ ଚାଲିଥିଲା ବେଳେ ହଠାତ ଅସୁସ୍ଥ ହୋଇଗଲେ ଉତ୍ତମ ମହାନ୍ତି |ଏହାପରେ ତାଙ୍କୁ ଭର୍ତ୍ତି କରାଯାଇଥିଲା |ତିନି ଦିନ ଉତ୍ତମ ମହାନ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ସେ ଡାକ୍ତରଖାନାରେ ଭେଣ୍ଟିଲେଣ୍ଟରେ ଅଛନ୍ତି | ଜଗଦୀଶ ମିଶ୍ରଙ୍କ ନିର୍ଦେଶିତ ଏହି ସିନେମାରେ ଉତ୍ତମ ମହାନ୍ତି ଓ ତାଙ୍କ ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ଅଭିନୟ କରିଛନ୍ତି | ଏବଂ ଏଥିରେ ଅର୍ଚ୍ଚିତା ନାୟିକା ଭୂମିକାରେ ନଜର ଆସିବେ |
ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ :ଡାକ୍ତରଖାନାରେ ଭର୍ତ୍ତି

Leave a Reply