ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ଷ୍ଟାଡିୟମ୍ ପରିସରରେ ଆଜି ୭ମ ନାଲକୋ ପ୍ରିମିୟର୍ ଲିଗ୍ ଉଦଯାପିତ ହୋଇଯାଇଛି।ଏହି ଟୁର୍ନାମେଣ୍ଟ ରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନାଲକୋ ର ସମସ୍ତ ୟୁନିୟନ ର ସଦସ୍ୟ ଯୋଗଦାନ କରିଥିଲେ। ଏହି ଟୁର୍ନାମେଣ୍ଟ ଟି ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳ ୪ଟି ଦଳ ଭାଗ ନେଇ ଉଭୟ ଉଭୟଙ୍କ ମଧ୍ୟରେ ତିନୋଟି କରି ଲିଗ୍ ମ୍ୟାଚ ଖେଳି ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ନାଲକୋ ସ୍ମେଲ୍ଟର କାରଖାନାର କାଷ୍ଟ ହାଉସ, କାର୍ବୋନ ବିଭାଗ, ସିପିପି ୱାରିୟର୍ସ. ଓ ସିପିପି ଅପରେସନ ବିଭାଗ ର ୪ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ଟି ବଡ ରୋମାଞ୍ଚକ ପରିସ୍ଥିତି ସ୍ରୁଷ୍ଟି ହୋଇ ଶେଷରେ କାର୍ବନ୍ ବିଭାଗ ବିଜେତା ହୋଇଥିଲା। ଅପରେସନ ବିଭାଗ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ୍ ଲକ୍ଷ୍ୟ ରଖିଥିଲା କାର୍ବୋନ ବିଭାଗ ୯ ୱିକେଟ ୨୦ ଓଭର ର ଶେଷ ବଲରେ ଚାମ୍ପିୟନ ହୋଇଥିଲା। ହିମାଂଶୁ ରଞ୍ଜନ ଧିରଙ୍କୁ ମ୍ୟାନ ଅଫ ଦି ସିରିଜ୍ ବିଜେତା ଘୋଷିତ ହୋଇଥିଲେ।
ଅନୁଗୋଳ ଜିଲ୍ଲା ନାଲକୋ ଷ୍ଟାଡିୟମ୍ ପରିସରରେ ଆଜି ୭ମ ନାଲକୋ ପ୍ରିମିୟର୍ ଲିଗ୍ ଉଦଯାପିତ

Leave a Reply