ଅଧାରେ ରହିଗଲା ମାଟ୍ରିକ ପରୀକ୍ଷା , ପରୀକ୍ଷା ଦେବାକୁ ବାହାରିଲା ବେଳେ ଟଳି ପଡିଲେ ଛାତ୍ର

ଅକ୍ଷର ବ୍ୟୁରୋ : ଅଧାରେ ରହିଗଲା ମାଟ୍ରିକ ପରୀକ୍ଷା | ଆଜି ମାଟ୍ରିକ ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ | ସେଠାରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଛି | ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା କେହଲିଯାଇଛି | ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିପଦାରେ |

ବାରିପଦା ଗ୍ରାମର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ନିକଟସ୍ଥ ଆରୁହାବାଡ଼ ହାଇସ୍କୁଲରେ ପଢ଼ନ୍ତି | ଗତ ତିନି ଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଚିକେନ ଖାଇଥିଲେ | ସେହିଦିନ ରାତିରେ ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା | ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ | ସେଠାରେ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଫେରିଥିଲେ | ମାତ୍ର ପେଟ ବ୍ୟଥା କମିନଥିଲା | ଆଜି ପରୀକ୍ଷା ଦେବାକୁ ବାହାରିଥିବା ବେଳେ ହଠାତ ତଳେ ପଡିଯାଇଥିଲା | ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନା ନେଇଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ସୂଚନା ପାଇଁ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial