ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପୌଷ ମାସର ପୁତ୍ରଦା ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ପୌଷ ମାସ ର ପୁତ୍ରଦା ଏକାଦଶୀ ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ପହିଲି ଭୋଗ ଲାଗି ହୋଇଥିଲା। ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବ ପରେ ପହଡ଼ ପଡ଼ିବ। ପୂଜକ ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି ପୌଷ ମାସ ର ପୁତ୍ରଦା ଏକାଦଶୀ ନୀତି ପାଳିତ ହୋଇଯାଇଛି

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial