ଶୌଚାଳୟରୁ ନବଜାତ ଶିଶୁ କନ୍ୟା ର ମୃତ ଦେହ ଉଦ୍ଧାର, ନାବାଳିକା ଛାତ୍ରୀ ଜନ୍ମ ଦେଇଥିଲେ ନବଜାତ ଶିଶୁ କନ୍ୟାଙ୍କୁ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶୌଚାଳୟରୁ ନବଜାତ ଶିଶୁ କନ୍ୟା ର ମୃତ ଦେହ ଉଦ୍ଧାର। ନବଜାତକ ଶିଶୁ କନ୍ୟା କୁ ଜନ୍ମ ଦେଇ ଶୌଚାଳୟ ପ୍ୟାନ୍‌ ଭିତରେ ଫିଙ୍ଗିଦେଲେ ନାବାଳିକା ଛାତ୍ରୀ ଡାକ୍ତର ଖାନାରୁ ସୂଚନା ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଶୌଚାଳୟ ଭାଙ୍ଗି ମୃତ ନବଜାତଙ୍କୁ ଉଦ୍ଧାର କରାଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ। ସୂଚନା ମୁତାବକ ଆଜି ସକାଳେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ୱାସ୍ଥ୍ୟ ଖରାପ ଥିବାରୁ ପରିବାର ଲୋକଙ୍କ ସହ ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଆଉ ସେ ଅନ୍ତଃବିଭାଗର ପୁରୁଷ ଶୌଚାଳୟକୁ ଯାଇଥିବା ବେଳେ ସେଠି ନବଜାତଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏହାପରେ ସେ ନବଜାତ ଶିଶୁକନ୍ୟାଙ୍କୁ ଶୌଚାଳୟ ପ୍ୟାନ ମଧ୍ୟରେ ପ୍ରବେଶ କରି ସେଠାରୁ ଛାତ୍ରୀ ଜଣଙ୍କ ଚାଲିଯିବାକୁ ଉଦ୍ୟମ ରଖିଥିବା ବେଳେ ନବଜାତ ଶିଶୁର ମୁଣ୍ଡ ଟି କିନ୍ତୁ ଶୌଚାଳୟରେ ଫସି ରହିଯାଇଥିଲା। ନା ତାହା ଆଗକୁ ଯାଉଥିଲା ନା ପଛକୁ ଫେରୁଥିଲା। ଏଭଳି ସ୍ଥିତିରେ ନାବାଳିକା ଛାତ୍ରୀଙ୍କ ମା ଏହି ଘଟଣା ଜାଣିବାକୁ ପାଇଁ ନବଜାତର ଗୋଡ଼କୁ ଧରି ସେଠି ବସିରହିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ଖବର ପାଇ ଛାତ୍ରୀଙ୍କୁ ପ୍ରସୂତି କକ୍ଷକୁ ନେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ଶୌଚାଳୟ ଖୋଳି ମୃତ ଦେହ ବାହାର କରିଥିବା ବେଳେ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି। ତେବେ ଛାତ୍ରୀ ଜଣକ ରାଇକିଆ ବ୍ଲକ ରେ ଥିବା ଘରୋଇ ସୁଧାକିରଣ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ୨ୟ ବର୍ଷର ଛାତ୍ରୀ ଭାବେ ମହାବିଦ୍ୟାଳୟର ଛାତ୍ରୀ ନିବାସ ରେ ରହି ପଢ଼ୁଥିବା ବେଳେ ସେ ଗତକାଲି ନିଜ ଘରକୁ ଆସିଥିଲେ। ଆଜି ସକାଳୁ ଏ ସବୁ ଘଟଣା ଘଟିଛି। ଯାହାଫଳରେ ଉକ୍ତ ମହାବିଦ୍ୟାଳୟର କାର୍ଯ୍ୟ କଳାପ ନେଇ ଚର୍ଚ୍ଚା ଜୋର ଧରିଛି।ଅନ୍ୟ ପକ୍ଷରେ ଦାରିଙ୍ଗବାଡ଼ି ସିଡ଼ିପିଓ ଏବଂ ଦାରିଙ୍ଗବାଡ଼ି ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଥାନାରେ ଅଭିଯୋଗ କରିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial